
ଭୁବନେଶ୍ୱର, ବିଧାନସଭାର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ଗୃହର ପରିଚାଳନାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଗାମୀ ଫେବୃଆରୀ ୧୭ ତାରିଖରେ ଏହି ସର୍ବଦଳୀୟ ବୈଠକ ବସିବ ।
ଉଲ୍ଲେଖନୀୟ ଯେ ବିଧାନସଭାରେ ଫେବୃୟାରୀ ୧୮ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପିତ ହେବ ।