

ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଭାବେ ଚିଠି ଲେଖିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହି ପତ୍ରକେ ଲିଙ୍ଗରାଜ ମନ୍ଦିରର ମହତ୍ୱ, ଗୁରୁତ୍ୱ ଓ ବିଶେଷତ୍ୱ ଏସବୁ ବିଷୟରେ ବ୍ୟାଖ୍ୟା କରିଛନ୍ତି । ଏନଏମଏର ବିଜ୍ଞପ୍ତି ପ୍ରତ୍ୟାହାର ନହେଲେ ଏହା କିପରି ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଏବଂ ସେବାୟତଙ୍କୁ ପ୍ରଭାବିତ କରିବ ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତେଣୁ ଏହି ବିଜ୍ଞପ୍ତି ଶିଘ୍ର ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଯଦି ଏନଏମଏ ଆଗକୁ ଏମିତି କୌଣସି ନିଷ୍ପତି ନେଉଛି ତେବେ ପ୍ରଥମେ ସମସ୍ତଙ୍କ ସହ ଆଲୋଚନା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ।