ମାଲକାନଗିରି, ଚିତ୍ରକୋଣ୍ଡା ସ୍ଥିତ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ ସହାୟତାରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଗ୍ରାମ ପଞ୍ଚାୟତ ର ସାରକୁବନ୍ଧ, ଚିନ୍ତନଡୋଲୀ , ବାଣାଝୋଲି ଓ ରାଲେଗାଡ଼ା ଗ୍ରାମରେ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ ଆନୁକୂଲ୍ୟରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଗୁରୁ ବିଶିଙ୍କ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା!ଏଥିରେ ମୋଟ ୨୮୭ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ଓ ଇନଞ୍ଜେକସନ ଦିଆ ଯାଇଥିଲା! ସେମାନଙ୍କ ମଧ୍ୟରେ ପୁରୁଷ ରୋଗୀ ୧୩୩ ଜଣ, ମହିଳା ରୋଗୀ ୧୧୦ ଜଣ ଓ ଛୋଟ ଶିଶୁ ୪୪ ଜଣଙ୍କର ରୋଗର ପରୀକ୍ଷା କରାଯାଇ ଚିକିତ୍ସା ନିମନ୍ତେ ମାଗଣାରେ ସମସ୍ତ ପ୍ରକାର ଔଷଧ ପ୍ରଦାନ କରାଯାଇଥିଲା। ପ୍ରତି ମାସ ଭଳି ଚଳିତ ମାସରେ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ ର ବରିଷ୍ଠ ପରିଚାଳକ ସବଲ କୁମାର ଝା ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ!