
ଭୁବନେଶ୍ୱର, ଆସନ୍ତାକାଲି (ବୁଧବାର) ଠାରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ସମେତ ସମସ୍ତ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଆସନ୍ତାକାଲିଠାରୁ ଖୋଲିବ । ତେବେ ୧୭ ତାରିଖରୁ କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ ହେବ । କୋଭିଡ-୧୯ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ କମିବା ପରେ ସବୁ ଶିକ୍ଷାନୁଷ୍ଠାନକୁ ଖୋଲୁଛନ୍ତି ସରକାର । ପୂର୍ବରୁ ରାଜ୍ୟରେ ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି ।