

ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ ଫ୍ଲାଗସିପ୍ ଇଭେଣ୍ଟର ୨୦ ତମ ସଂସ୍କରଣ, ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୧ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ସରକାର, ବ୍ୟବସାୟିକ ନେତୃମଣ୍ଡଳୀ, ବିଶେଷଜ୍ଞ, ଜଳବାୟୁ ବିଜ୍ଞାନୀ, ଯୁବକ ଏବଂ ସାମାଜିକ ସଂଗଠନଗୁଡିକ ଜଳବାୟୁ ପରିବର୍ତନ ବିରୋଧ ସଂଗ୍ରାମରେ ଏକତ୍ରିତ ହେବେ । ଭାରତର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ, ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଏହି ସମ୍ମିଳନୀର ପ୍ରମୁଖ ଅଂଶୀଦାର ଅଟନ୍ତି । ଶିଖର ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ଶକ୍ତି ଏବଂ ଶିଳ୍ପ ପରିବର୍ତନ, ଉପଯୋଗୀକରଣ ଏବଂ ନମନୀୟତା, ପ୍ରକୃତି ଭିତିକ ସମାଧାନ, ଜଳବାୟୁ ଅର୍ଥନୀତି, ବୃତିଗତ ଅର୍ଥନୀତି, ସ୍ୱଚ୍ଛ ମହାସାଗର ଏବଂ ବାୟୁ ପ୍ରଦୂଷଣ ଆଦି ରହିଛି ।