ଏଠାରେ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା । ତେବେ ସନ୍ତୋଷଜନକ ଉତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍କୁ ବନ୍ଦ କରି ଦିଆଯାଇଥିବା ସୂଚନା ଦିଆ ଯାଇଛି ।
ଅଗ୍ନି ନିରାପତା ଆଇନ୍ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଉଲ୍ଲେଖନୀୟ ଯେ ଫେବୃଆରୀ ୧ ତାରିଖ ଅପରାହ୍ଣରେ ‘ସନ୍ ହସ୍ପିଟାଲ୍’ରେ ନିଆଁ ଲାଗି ଯାଇଥିଲା । ହସ୍ପିଟାଲ୍ର ପଂଚମ ମହଲାଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଧ୍ୱଂସ ହୋଇ ଯାଇଥିଲା । ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ ।