
ଭୁବନେଶ୍ୱର, ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍କୁ ମିଳିଛି । ଏହାକୁ ନେଇ ପୋଲିସ୍ ତର୍ଜମା କରୁଛି । ତେଣୁ ଖୁବ୍ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି ।ଉଲ୍ଲେଖନୀୟ ଯେ ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାରେ ଫେବୃଆରୀ ୪ରେ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ପୋଲିସ୍ ରାକେଶଙ୍କର ସ୍କୁଟର ଜବତ କରିଥିଲା । ଏହା ପରଦିନ ଅର୍ଥାତ୍ ଫେବୃଆରୀ ୫ରେ ରାକେଶ ପିନ୍ଧିଥିବା ପ୍ୟାଂଟ ୍,ଶର୍ଟକୁ ପୋଲିସ୍ ଜବତ କରିଥିଲା । ଝରାଫୁଲଙ୍କ ମୃତ୍ୟୁ ଦିନ ଏହି ପ୍ୟାଂଟ, ଶର୍ଟକୁ ରାକେଶ ପିନ୍ଧିଥିଲେ ବୋଲି ଜଣାପଡ଼ିଛି । ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିଲା ।