
ଭଦ୍ରକ, ୧୬ ନଂ ଜାତୀୟ ରାଜପଥର ଡାହାଣିଗଡ଼ିଆ ଛକ ନିକଟରେ ଏକ ଗ୍ୟାରେଜ୍ ରେ ଗତକାଲି ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଗ୍ୟାରେଜ୍ ରେ ମରାମତି ନିମନ୍ତେ ରଖାଯାଇଥିବା ୪ଟି ବସ୍ ଓ ଏକ ସ୍କର୍ପିଓ ଗାଡ଼ି ପୋଡି ଯାଇଛି । ନିଆଁ ଲାଗିବାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଖବର ପାଇ ସହରାଚଂଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ଛାନଭିନ୍ ଜାରୀ ରଖିଛି ।