
ବାରିପଦା, ଝାଡ଼ପୋଖରିଆ ବମ୍ବେ ଛକରେ ବସ୍ ଯାତ୍ରୀଙ୍କ ନିମନ୍ତେ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି ଷଷ୍ଠ ଦିନରେ ପହଂଚିଛି । ଆନ୍ଦୋଳନକୁ ସମର୍ଥନ ଜଣାଇ ବାରିପଦାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ପ୍ରତୀକ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଏ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।