
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ଗତକାଲି ରାତିରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୨୫୦୦ ଲିଟର ପୋଚକୁ ନଷ୍ଟ କରାଯିବା ସହିତ ୬୫୦ ଲିଟର ଦେଶି ମଦ, ଦୁଇଟି ମୋଟର ସାଇକେଲ ଜବତ ହାେଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଥାନାରେ ୪୭/୨୧, ୪୮/୨୧ ରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ ହୋଇଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାଶ ସୂଚନା ଦେଇଛନ୍ତି ।