

Related Stories
June 22, 2025
ସାନଖେମୁଣ୍ଡି – ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି. ରାମଚନ୍ଦ୍ରପୁର ପଞ୍ଚାୟତରେ ଆଗାମୀ ୧୧ ତାରିଖରେ ହେବାକୁ ଥିବା ସରପଞ୍ଚ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ଦିନରେ ବିଜେଡି ପକ୍ଷରୁ ପ୍ରଚାର କାଯ୍ୟ କରିଅଛି l ଏହି ପ୍ରଚାର କାଯ୍ୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଧରାକୋଟ ରାଜମାତା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, ମହିଳା ବିଜେଡି ଜିଲ୍ଲା ସଭାପତି ସଂଘମିତ୍ରା ଦଳେଇ, ଲକ୍ଷ୍ମୀ ପ୍ରିୟା ପାଢ଼ୀ, ପି.ଆଶା ରାଣୀ ଯୋଗ ଦେଇ ପ୍ରଚାର କରିଅଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଗାଁ ରେ ସଠିକ ରୂପରେ ପହଞ୍ଚାଇବା ପାଇଁ ବିଜେଡି ସମର୍ଥିତ ପାର୍ଥି ଏନ.ପୁଷ୍ପା ରେଡ଼ିଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଧୋବା ସ୍ୱାଇଁ, ବାବୁ ପ୍ରଧାନ, ଗୋବିନ୍ଦ ସ୍ୱାଇଁ, ସନ୍ତୋଷ ବିଷୋୟୀ, ନୀଳମାଧବ ରାଉତ,ଅନ୍ତର୍ଯ୍ୟମୀ ସ୍ୱାଇଁ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ l