
ଆଜି ସଂଧ୍ୟା ୫ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକର ଗୋମଣ୍ଡିଆ ଗ୍ରାମ ପଞ୍ଚାୟତର ବିରିପଦର ଗ୍ରାମକୁ ଗସ୍ତ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ମିଳିଥିବା ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟାଦେଶ ଗ୍ରାମର ସଭାପତି ଏବଂ ସରପଞ୍ଚଙ୍କ ଜରିଆରେ ଗ୍ରାମ ବାସିଙ୍କୁ ପ୍ରଦାନ କରିଛନ୍ତି । ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କାର୍ଯ୍ୟ ଶିଘ୍ର ତ୍ବରାନ୍ବିତ କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କୃଷ୍ଣପ୍ରସାଦ ବ୍ଲକ ସଭାପତି ଲଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତୀ ପ୍ରଧାନ, ଗୋମଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ବିଜୟ କୁମାର ତରେଇ,ସରପଞ୍ଚ ମଞ୍ଜୁଲତା ଜେନା,ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ,ବ୍ରହ୍ମପୁର ପଞ୍ଚାୟତ ସମିତି ସଭ୍ୟ ରଘୁନାଥ ଜେନା,ତିତିପ ଗ୍ରାମ ପଞ୍ଚାୟତ ସରପଞ୍ଚ ରମେଶ ମହାପାତ୍ର,ଦିଲ୍ଲୀପ ରାନସିଂ ଯୁବ ନେତା ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।