
ପାଟନା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ମଙ୍ଗଳବାର ଠାରୁ ବିହାର ପ୍ରବାସରେ ରହିବେ । ଏହି ଗସ୍ତ ସମୟରେ ସେ ବିହାରରେ କାର୍ଯ୍ୟକର୍ତା ମାନଙ୍କର ବିଭିନ୍ନ ବୈଠକରେ ଭାଗ ନେବେ । ଏହା ବ୍ୟତୀତ ସେ ପାଟନାର ଏମ୍ସ ଠାରେ ନିର୍ମାଣ କରାଯାଇଥିବା ସେବା ସଦନର ଭୂମିପୂଜନ କରିବେ । ସେହିପରି ସେ ମୁଜାଫରପୁର ଠାରେ ନବ ନିର୍ମିତ ସଂଘ କାର୍ଯ୍ୟାଳୟର ଲୋକାର୍ପଣ କରିବେ ।