

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨,୨୧୬ କରୋନାର ନୂଆ ମାମଲା
ମୁମ୍ବାଇ ,ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨,୨୧୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୦,୪୬,୨୮୭ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୫୧,୩୨୫ ଜଣ ମୃତ୍ୟୁବରଣ କରିଛନ୍ତି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୪୬୪ କରୋନାର ନୂଆ ମାମଲା
ଚେନ୍ନାଇ, ତାମିଲନାଡୁରେ ଗତ ୨୪ ଘଂଟାରେ ୪୬୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୪୨,୨୬୧ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୨,୩୮୭ ହୋଇଛି ।