-
ଭୁବନେଶ୍ୱରରୁ ୫୨ ଲକ୍ଷ ଟଙ୍କା ଠକେଇ
ସେ କହିଛନ୍ତି ଯେ ଭୁବନେଶ୍ୱର ବାହାରୁ ୮୩୯ କଲ୍ ଆସିଛି । ୧୨୦୭ଟି କଲ୍ ମଧ୍ୟରୁ ୨୨୯ଟି କଲ୍ ଠକେଇ ସହ ସମ୍ପର୍କିତ ରହିଛି । ୟୁପିଆଇ ଟ୍ରାନଜାକ୍ସନ ଠକେଇ ୨୮୯ ରହିଛି । ଏବେ ଲୋକେ ସଚେତନ ହେବାରୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ ନମ୍ବର ଅଜଣା ଲୋକଙ୍କୁ ଦେଉ ନାହାନ୍ତି । ଏହାସତ୍ୱେ ୪୬ଟି କେସ୍ ହୋଇଛି । ଅନ୍ୟ କେସ୍ ୮୭୨ଟି ଅଛି । ସମୁଦାୟ, ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱରରୁ ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା ଠକେଇ ହୋଇଛି । ସେଥିମଧ୍ୟରୁ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ବ୍ଲକ କରିପାରିଛୁ ।
କଟକରେ ଏକ ସାଇବର କ୍ରାଇମ ଥାନା କାର୍ଯ୍ୟକ୍ଷମ ଥିବା ବେଳେ ଭୁବନେଶ୍ୱରରେ ଏଥିପାଇଁ ଏକ ଥାନା ପାଇଁ ଦାବି ହେଉଛି । ଏନେଇ ରାଜ୍ୟ ପୋଲିସ୍ ସଦର ମହକୁମା, ରାଜ୍ୟ ସରକାରଙ୍କୁ ଜଣାଯାଇଛି । ୨୦୨୧ରେ ସାଇବର କ୍ରାଇମ ଥାନା ହେବ ବୋଲି ଆଶା କରାଯାଉଛି । ସେ ପର୍ଯ୍ୟନ୍ତ ହେଲପ୍ ଡେକ୍ସ ସାହାଯ୍ୟରେ ଜନସାଧାରଣଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି ।
ଏବେ ୟୁପିଆଇ ଠକେଇ ସଂଖ୍ୟା ବେଶି ଅଛି । ଏଥିରେ ଓଟିପି ଥରେ ବି ଆସୁନି । କ୍ରେଡିଟ କାର୍ଡରେ ଟ୍ରାନଜାକ୍ସନ ହେଲେ ମେଲ୍ ଆସୁଛି । ବେଳେ ବେଳେ ଠକ ସଙ୍ଗେସଙ୍ଗେ ଠକେଇ କରନ୍ତି । ନଚେତ ରାତି ଅଧରେ କରନ୍ତି । ତେଣୁ ସୁଫଳ ପାଇବାକୁ ଠକେଇର ପ୍ରଥମ ଘଂଟା ଭିତରେ ଜଣାନ୍ତୁ । ଫଳରେ ତୁରନ୍ତ କେଉଁ ଆକାଉଂଟକୁ ଟଙ୍କା ଯାଇଛି ଜଣାପଡ଼ି ତାହାକୁ ବ୍ଲକ କରିହେବ । ଏହାବ୍ୟତୀତ ଠକେଇର ଶିକାର ହେବା ପୂର୍ବରୁ ମଧ୍ୟ ଫ୍ରଡ କଲ୍ ପାଇଲେ ସଙ୍ଗେ ସଙ୍ଗେ ଜଣାନ୍ତୁ । ଫଳରେ ଉକ୍ତ ସିମ୍ କାର୍ଡକୁ ବ୍ଲକ କରିହେବ ।
ସେ ଆହୁରି କହିଛନ୍ତି ଯେ ଜନସାଧାରଣଙ୍କ ତଥ୍ୟ ଆଧାରରେ ଅନେକ ଫୋନ୍, ବ୍ୟାଙ୍କ ଆକାଉଂଟ ବ୍ଲକ କରାଯାଇଛି । ତେଣୁ ଅନଲାଇନ୍ ଠକାମୀର ଶିକାର ହେଲେ ୭୪୪୦୦୦୬୭୦୯- ନମ୍ବରରେ ଫୋନ୍ କରିବାକୁ ସିପି ଜନସାଧାରଣଙ୍କୁ ଜଣାଇଛନ୍ତି ।