
ଭୁବନେଶ୍ୱର,ଆଜି ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ଟନରୁ ଅଧିକ ଧାନ ସଂଗ୍ରହ କରା ଯାଇଛି । ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋଟ୍ ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ୮୯୯୬.୮୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଦେବାକୁ ବ୍ୟବସ୍ଥା ହୋଇଛି ।