
ଭୁବନେଶ୍ୱର, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟସଭାରେ ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତେ ୩୮୨କିମି ହେବା ସମ୍ପର୍କିତ ଉତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଗତ ୮ ତାରିଖ ଦିନ ରାଜ୍ୟସଭାରେ ଅଣତାରକା ପ୍ରଶ୍ନର ଉତରରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯେଉଁ ଉତ୍ତର ରଖିଛନ୍ତି ସେଥିନେଇ ସେ ଯେଉଁ ସନ୍ଦେହ ପ୍ରକଟ କରୁଥିଲେ ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।
ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୫୦ କିମି କମାଇ ଦିଆ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏଭଳି ନିଷ୍ପତି ନେବା ନେଇ ସେ ଚକିତ ହୋଇଥିବା କଥା କହିଛନ୍ତି ।