ଗଞ୍ଜାମ – ଭଞ୍ଜନଗର ନୂଆଗାଁ ନିକଟ ବଡ ନଦୀରୁ ଗତକାଲି ଉଦ୍ଧାର ହୋଇଥିବା ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାମ ଗନ୍ଧିଆ ନାୟକ । ୬୦ ବର୍ଷିୟ ଗନ୍ଧିଆଙ୍କ ଘର ତାରାସିଂ ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମରେ ।
ଗତ ୧୦ ତାରିଖ ଠାରୁ ସେ ଘରୁ କୌଣସି କାମରେ ଯାଇଥିବା ବେଳେ ଆଉ ଫେରି ନଥିଲେ । ଗତକାଲି ଭଞ୍ଜନଗର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନୂଆଗାଁ ଗ୍ରାମବାସୀଙ୍କ ସହାୟତାରେ ବଡ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା । ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ ହୋଇଛି । ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବା ସୂଚନା ମିଳିଛି ।