

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ନୂଆଦିଲ୍ଲୀ ଠାରେ ଆମ ଦଳର ସାଂସଦଙ୍କ ସହ ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଉପନିୟମକୁ ସ୍ଥଗିତ ରଖିବା ନେଇ ଆଲୋଚନା କରିବା ପରେ ଏହାକୁ ସଙ୍ଗେସଙ୍ଗେ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧନ୍ୟବାଦ ।