ସୂଚନା ଅନୁଯାୟୀ, ‘ମୁନ୍ ଲାଇଟ୍ ‘ ନାମକ ଏକ ଯାତ୍ରୀ ବାହିବସ୍ ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖୁଂଟବନ୍ଧ ନିକଟରେ ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣ ଆହତ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 23, 2024