
ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ମନୁମେଣ୍ଟସ୍ ଅରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତ ମାସ ୧୮ ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ମତାମତ ଆହ୍ବାନ କରାଯାଇଛି ।ଅନୁ ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ ସାଇଟସ୍ ଆଣ୍ଡ ରିସର୍ଚ୍ଚ ଆକ୍ଟ ଅନୁଯାୟୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷିତ ଐତିହ୍ୟ ଭାବେ ସ୍ୱୀକୃତି ମିଳିଛି ।ଏହାର ପରିଚାଳନା ପାଇଁ କେନ୍ଦ୍ର ସରକାର ଜାତୀୟ ମନୁମଣ୍ଟସ୍ ଅଥରିଟି ଗଠନ କରିଛନ୍ତି । ପ୍ରସ୍ତାବ ଏବଂ ମତାମତ ଗ୍ରହଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯିବା ସମ୍ଭାବନା ର ସୂଚନା ମିଳିଛି । ଏହାପରେ ଚୂଡାନ୍ତ ହେରିଟେଜ୍ ବାଇକ ବିଜ୍ଞପ୍ତି ପ୍ରକାଶ ପାଇବ । ଶ୍ରୀମନ୍ଦିରର ନିଷିଦ୍ଧା ଅଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳ ପାଇଁ ହେରିଟେଜ୍ ବାଇଲ ଲାଗୁ କରାଯିବ । ନିର୍ଦ୍ଦେଶକ ପାହ୍ୟାର ଜଣେ ଏହାକୁ ନିୟନ୍ତ୍ରଣ କରିବେ। ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଏବଂ ପରବର୍ତ୍ତୀ ୨୦୦ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଘୋଷଣା କରାଯାଇଛି । ୧୬ଜୁନ୍ ୧୯୯୨ଠାରୁ ବାକି ସମସ୍ତ ନିର୍ମାଣ କାର୍ଯ୍ୟ ହେରିଟେଜ ଏବଂ ନବଗଠିତ ପ୍ରକରଣ ଦ୍ବାରା ନିୟନ୍ତ୍ରଣ କରାଯିବ। ଭାରତ ସରକାର ଙ୍କ କେନ୍ଦ୍ରୀୟପ୍ରାକରଣ ଅଧୀନରେ ରହିବା ଶ୍ରୀମନ୍ଦିର ନୂଆ ନିର୍ମାଣ,ମରାମତି ଓ ଖନନ ଉପରେ କଟକଣା ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ଯେକୌଣସି ଖନନ କାର୍ଯ୍ୟପାଇଁ କର୍ତ୍ତୁପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ । ଶ୍ରୀଜଗନ୍ନାଥ ମନ୍ଦିର ସମେତ ସେଠାରେ ଥିବା ସମସ୍ତ ଦେବଦେଵୀ ପୀଠ ତାଲିକା ପ୍ରସ୍ତୁତ କରିଛି ଏଏଆଇ ।
କେନ୍ଦ୍ର ସରକାର ଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଆସିବା ପରେ ଜଗତଗୁରୁ ଅରୂପାନନ୍ଦାଚାର୍ଯ୍ୟ ମତ ରଖିଛନ୍ତି ଯେ ରାଜ୍ୟ ସରକାର ଵା କେନ୍ଦ୍ର ସରକାର ଙ୍କ ମିଳିତ ଭାବେ ପ୍ରଥମେ ୭୫ ମିଟର ଭଙ୍ଗା ଯିବାପରେ ଏବେ ଶହେ ମିଟର ତାପରେ ଦୁଇ ସହ ମିଟର ଏବେ ତିନି ଶହ ମିଟର ମଧ୍ୟରେ କୌଣସି ନିର୍ମାଣ ପାଇଁ ଖନନ କାର୍ଯ୍ୟପାଇଁ କର୍ତ୍ତୁପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ ଏହାକୁ ନିନ୍ଦା କରିଛନ୍ତି |ସେ କରିଛନ୍ତି ହଜାର ହଜାର ବର୍ଷ ପୁରୁଣା ବିଭିନ୍ନ ମଠ ମାନଙ୍କୁ ଭାଙ୍ଗି ଦିଆଗଲା ଏହା ଦ୍ୱାରା ଶ୍ରୀମନ୍ଦିର ଶ୍ରୀବର୍ଦ୍ଧନ ହେବା ତ ଦୂରର କଥା ଶ୍ରୀହୀନ ଦେବାକୁ ଯାଉଛି କାରଣ ଶ୍ରୀମନ୍ଦିର ଚତୁର୍ପାଶ୍ୱ ରେ ଥିବା ଛୋଟ, ବଡ ମନ୍ଦିର ଏବଂ ମଠ ଗୁଡିକ ଆଧ୍ୟାତ୍ମିକ ତାର ମୁକ ସାକ୍ଷୀ ଥିଲା ହେଲେ ସରକାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ ର ନାମ ନେଇ ବର୍ତ୍ତମାନ କଳାପାହାଡ଼ ସାଜି ହଜାର ହଜାର ବର୍ଷର ପୁରୁଣା ଐତିହ କୁ ଭାଙ୍ଗି ଚୁରମାର କରିଦେଲେ |ଶ୍ରୀମନ୍ଦିର ର ନୀତିକାନ୍ତି, ପରମ୍ପରା ଓ ସେବନୀତି କୁ ନେଇ ଜଡିତ ଥିବା ସେବାୟତ ମାନଙ୍କ ସୁରକ୍ଷାକୁ ଅଣଦେଖା କରି ଯେଉଁ ଷଡଯନ୍ତ୍ର କରାଯାଉଛି ଏହା ଉପରେ ରୋକ ଲଗାଯାଉ |ସୌନ୍ଦର୍ଯ୍ୟ କରଣ ନାମରେ ମହାପ୍ରଭୁ ଙ୍କ ଠାରୁ ସେବାୟତ ମାନଙ୍କୁ ଦୁରେଇ ଦେବା ଏହା ନିନ୍ଦନୀୟ |
ତୁରନ୍ତ ଏହି ଆଇନ କୁ ପ୍ରତ୍ୟାହାର କରାଯାଉ ନଚେତ ଆଗାମୀ ଦିନରେ ଏହା ଏକ ବଡ ଧରଣର ଜନ ଆନ୍ଦୋଳନ ରେ ପରିଣତ ହେବ ବୋଲି ଜଗତଗୁରୁ ଅରୂପାନନ୍ଦାଚାର୍ଯ୍ୟ କହିଛନ୍ତି | ଜଗତଗୁରୁ ଅରୂପାନନ୍ଦାଚାର୍ଯ୍ୟଙ୍କ ମୁଖପାତ୍ର ବିଷ୍ଣୁଦତ୍ତ ଦାସ ଏହି ସୂଚନା ପ୍ରଦାନ କରିଛନ୍ତି |