କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ନିଆଜପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମକୁ ଗସ୍ତ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ମିଳିଥିବା ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟାଦେଶ ବ୍ଲକ ଅଧ୍ୟକ୍ଷାଙ୍କ ଜରିଆରେ ଗ୍ରାମ ବାସିଙ୍କୁ ପ୍ରଦାନ କରିଛନ୍ତି । ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କାର୍ଯ୍ୟ ଶିଘ୍ର ତ୍ବରାନୀତ କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମାହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡା, ବ୍ରହ୍ମଗିରି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ, ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ, ବେଣ୍ଟପୁର ପଞ୍ଚାୟତ ସରପଞ୍ଚ ପର୍ଶୁରାମ ସାହୁ, ନିଆଜପୁର ପଞ୍ଚାୟତ ସରପଞ୍ଚ ସୁନା ନାୟକ, ସମିତି ସଭ୍ୟା କୁମାରୀ ସନ୍ତୋଷି ଦଳାୟୀ, ଯୁବ ନେତା କୃଷ୍ଣ ଚନ୍ଦ୍ର ରାଉତ, ଯୁବ ନେତା ବିଜୟ କୁମାର ଦଲାୟୀ, ଗୋବିନ୍ଦ ପୁର ଗ୍ରାମ ସଭାପତି ବାନାମ୍ବର ନାୟକ, କେଦାର ପାତ୍ର, ଲକ୍ଷ୍ମୀ ଧର ରାଉତ, ଦୁର୍ଯ୍ୟୋଧନ ସାହୁ ଏବଂ ଗ୍ରାମବାସୀ ବୃନ୍ଦ।