ଦଳ ପକ୍ଷରୁ କୁହା ଯାଇଛି ଯେ ଗତ ଫେବୃଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆସିଛି । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଏହି ବଜେଟ ଦ୍ୱାରା ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ । ଏହି ବଜେଟ ବ୍ୟକ୍ତିବିଶେଷ,ନିବେଶକ, ଶିଳ୍ପ ଏବଂ ଭିତଭୂମି କ୍ଷେତ୍ର ପାଇଁ ସକାରତ୍ମକ ପରିବର୍ତନ ଆଣିବ ।
ଏହି ବଜେଟ ଉପରେ ବିଜେପି ବୁଦ୍ଧିଜୀବୀ ସମ୍ମିଳନୀ ପକ୍ଷରୁ ରବିବାର ଦିନ ସଂଧ୍ୟା ୫ ଘଟିକା ସମୟରେ ଏକ ଆଲୋଚନା ଚକ୍ର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲ ନିକଟସ୍ଥ ‘ଉତ୍କଳ ଚେମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀ’ ସଭାଗୃହ ଠାରେ ଅନୁଷ୍ଠିତ ହେବ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହି ବଜେଟ ଉପରେ ବିସ୍ତୁତ ଭାବେ ଆଲୋଚନା କରିବେ । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ସମସ୍ତ ବୁଦ୍ଧିଜୀବୀମାନେ ସାମିଲ ହେବା ପାଇଁ ଦଳ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଦିନ ୩ ଟାରେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସମ୍ଭୋଧିତ କରିବେ ବୋଲି ମଧ୍ୟ ସୂଚନା ଦିଆ ଯାଇଛି ।