ନମୁନା ପରୀକ୍ଷାର ଏହି ସଂଖ୍ୟା କେବଳ ଦେଶବ୍ୟାପୀ ଲାବୋରେଟାରୀର ସମ୍ପ୍ରସାରଣ ଯୋଗୁ ସମ୍ଭବ ହୋଇପାରିଛି । ଦେଶରେ 1214 ସରକାରୀ ଲାବୋରେଟାରୀ ଓ 1155 ଘରୋଇ ଲାବୋରେଟାରୀକୁ ମିଶାଇ ମୋଟ 2369ଟି ଲାବୋରେଟାରୀରେ ଦୈନିକ ନମୁନା ପରୀକ୍ଷାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରିଛି ।
ଦେଶରେ ପଜିଟିଭିଟି ହାର କ୍ରମେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ 5.39% ରହିଛି ।ସମନ୍ୱିତ ଭାବେ ଉଚ୍ଚ ହାରରେ ନମୁନା ପରୀକ୍ଷା ହେଉଥିବାରୁ ଜାତୀୟ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି ।ଦୈନିକ ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ପଜିଟିଭିଟି ହାର କମ୍ ରହିଛି ।
ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ନିମ୍ନମୁଖୀ ହେବାରେ ଲାଗିଛି । ଏହା ଆଜି 1.5 ଲକ୍ଷ (1.48.590)କୁ ହ୍ରାସ ପାଇଛି ଏବଂ 8 ମାସରେ ଏହା କମ୍ ।ଏବେ ଦେଶରେ ମୋଟ କରୋନା ମାମଲାର ମାତ୍ର 1.37% ରହିଛି ସକ୍ରିୟ କରୋନା ମାମଲା ।
ବିଗତ 24 ଘଣ୍ଟାରେ ଦେଶରେ କରୋନା ମୃତୁ୍ୟସଂଖ୍ୟା ଶହେରୁ କମ୍ (95) ରହିଛି ।
2021 ଫେବ୍ରୁଆରୀ 6 ସକାଳ 8ଟା ସୁଦ୍ଧା ଦେଶବ୍ୟାପୀ ଟିକାକରଣ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା 54 ଲକ୍ଷ (54,16,849)କୁ ଅତିକ୍ରମ କରିଛି ।ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ି ଚାଲିବା ଏହାର ଅଗ୍ରଗତିକୁ ଦର୍ଶାଉଛି ।
କୋଭିଡ-19 ଟିକାକରଣ ସଂଖ୍ୟା 5 ନିୟୁତରେ ପହଞ୍ଚିବା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ରୁତତମ । ମାତ୍ର 21 ଦିନରେ ଏହି ସଫଳତା ହାସଲ ହୋଇଛି । କୋଭିଡ-19 ଟିକାକରଣ କ୍ଷେତ୍ରରେ 60 ଦିନ ତଳୁ ଅନେକ ରାଷ୍ଟ୍ର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦେଶବ୍ୟାପୀ ବିଗତ 24 ଘଣ୍ଟାରେ 10,502 ସେସନରେ 4,57,404 ହିତାଧିକାରୀଙ୍କ ଟିକାକରଣ ହୋଇଛି । ଏ ପର୍ଯ୍ୟନ୍ତ ମୋଟ 1,06,303 ସେସନ୍ ହୋଇପାରିଛି । ଟିକାକରଣ ହୋଇଥିବା ହିତାଧିକାରୀଙ୍କ ମଧ୍ୟରେ 3,01,537ଜଣ ସ୍ୱାସ୍ଥ୍ୟକର୍ମୀ ଓ 1,55,867 ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି ।
ଭାରତରେ ଦୈନିକ କରୋନାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହୋଇଥିବା ବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୁସ୍ଥତା ହାର 97.19%ରେ ପହଞ୍ଚିଛି । ମୋଟ 1,05,10,796 ଜଣ ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 14,488 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ନୂଆ ସୁସ୍ଥଙ୍କ ମଧ୍ୟରେ 82.07% ଆସିଛନ୍ତି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଗୋଟିଏ ଦିନରେ ସର୍ବାଧିକ 6653 ଜଣ ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 3573 ଜଣ ଏବଂ ତାମିଲନାଡ଼ୁରେ 506 ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 83.3% ଆସିଛନ୍ତି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ବିଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 5610 ଜଣ ଆକ୍ରାନ୍ତ ଆସିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 2628 ଏବଂ ତାମିଲନାଡ଼ୁରେ 489 ଜଣ ଆକ୍ରାନ୍ତ ହୋଇଛନ୍ତି ।
ନୂଆ ମୃତ୍ୟୁ ମଧ୍ୟରୁ 81.05% ହୋଇଛି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ 40ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ କେରଳରେ 19 ଜଣ ଏବଂ ଛତିଶଗଡ଼ରେ 8 ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର 2ଟି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ରହିଛି ।