

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଥଧନରେ ହାଇକୋର୍ଟ ବାର୍ରର ସଦସ୍ୟ ଏବଂ ବିଚାରପତିମାନଙ୍କୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ବିଧିକୁ ସୁଦୃଢ କରିବାରେ ସେମାନଙ୍କର ଜ୍ଞାନ, ନିଷ୍ଠା ଓ ଶ୍ରମ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଦୃଢତର ସହ କହିଛନ୍ତି ଯେ ସମ୍ବିଧାନର ଏକ ଜୀବନ ଶକ୍ତିଭାବେ ନ୍ୟାୟପାଳିକା ତାହାର ଦାୟିତ୍ୱ ନିର୍ବାହ କରିବାରେ ସଫଳ ହୋଇଛି । ସେ କହିଛନ୍ତି ଯେ ସମ୍ବିଧାନକୁ ରଚନାତ୍ମକ ଓ ଗଠନମୂଳକଭାବେ ତର୍ଜମା କରି ନ୍ୟାୟପାଳିକା ସଦାସର୍ବଦା ଏହାକୁ ସୁଦୃଢ କରିଆସିଛି । ନାଗରିକର ଅଧିକାର ଏବଂ ସ୍ୱାଧୀନତା କ୍ଷେତ୍ରରେ ଏହା ଯଥାର୍ଥ ଦାୟିତ୍ୱ ନିର୍ବାହ କରି ଆଇନର ଶାସନ ପ୍ରତିଷ୍ଠା କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଇନର ଶାସନର ଏହି ବିଚାର ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଆଧାର ପାଲଟିଛି । ଏହା ମଧ୍ୟ ସୁଶାସନର ମାଧ୍ୟମ ହୋଇଛି । ଏହା ଆମ ସ୍ୱାଧୀନତା ସଂଗ୍ରାମରେ ନୈତିକ ସାହସ ସଞ୍ଚରିତ କରିଛି । ଭାରତୀୟ ସମ୍ବିଧାନ ଆଇନର ଶାସନକୁ ସର୍ବୋଚ୍ଚ ସ୍ଥାନ ଦେଇଛି । ସମ୍ବିଧାନର ମୁଖବନ୍ଧରେ ଏହାର ଅଙ୍ଗୀକାର ଉଲ୍ଲେଖ କରାଯାଇଛି । ସେ କହିଛନ୍ତି ଯେ ନ୍ୟାୟପାଳିକା ସଦାସର୍ବଦା ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପର୍କରେ ଶକ୍ତି ଓ ଦିଗ୍ଦିର୍ଶନ ଦେଇଆସିଛି । ନ୍ୟାୟର ମୌଳିକ ଲକ୍ଷ୍ୟ ପୂରଣ ପାଇଁ ହାଇକୋର୍ଟର ବାର୍ ଏବଂ ବିଚାରପତିଗଣ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଏକ ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ମିଳିତ ଦାୟିତ୍ୱ । ଏହାଦ୍ୱାରା ସମାଜର ତଳସ୍ତରରେ ଥିବା ଲୋକଙ୍କୁ ଠିକ୍ ସମୟରେ ଉଚିତ ନ୍ୟାୟ ଯୋଗାଇ ଦେବା ପ୍ରକ୍ରିୟାକୁ ନିଶ୍ଚିତ କରାଯାଇପାରିବ ।
ପ୍ରଧାନମନ୍ତ୍ରୀ କରୋନା ମହାମାରୀ ଭଳି ଜଟିଳ ସମୟରେ ନ୍ୟାୟପାଳିକାର ତ୍ୟାଗକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏ କ୍ଷେତ୍ରରେ ଗୁଜରାଟ ହାଇକୋର୍ଟ ପରିସ୍ଥିତି ସହ ଖାପଖୁଆଇ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିପାରିଛି । ଭିଡିଓ କନ୍ଫହରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟ ପକ୍ଷରୁ ମାମଲାଗୁଡିକର ସହଳ ଶୁଣାଣି କରାଯାଉଥିଲା । ଏହାଛଡା ମାମଲାର ସ୍ଥିତି, ପକ୍ଷଙ୍କୁ ସୂଚନା ପ୍ରଦାନ ଏବଂ ମାମଲା ରୁଜୁ ଆଦି କ୍ଷେତ୍ରରେ ଏସ୍ଏଡମ୍ଏଥସ କଲ୍ଆଥଉଟ, ଇ-ଫାଇଲିଂ, ଇ-ମେଲ- ମାଇଁ କେସ୍ ଷ୍ଟାଟସ୍ ଓ ଭିଡିଓ କନ୍ଫରେନସିଂର ବ୍ୟବସ୍ଥା କରାଯାଇଥିଲା । ଆହୁରି ମଧ୍ୟ ଏହି ହାଇକୋର୍ଟ ତାହାର ରାୟଗୁଡିକୁ ୟୁଟ୍ୟୁବ୍ରେ ଅପ୍ଲୋଡଡ କରିବା ସହ ୱେବସାଇଟରେ ମଧ୍ୟ ସ୍ଥାନିତ କରୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟ ଦେଶର ପ୍ରଥମ ଅଦାଲତ ଯାହାକି କୋର୍ଟ କାର୍ଯ୍ୟର ସିଧାସଳଖ ପ୍ରସାରଣ ବ୍ୟବସ୍ଥା କରିଛି ।
ସେ କହିଛନ୍ତି ଯେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଯେଉଁସବୁ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରାଯାଇଛି ତାହା ବେଶ୍ ସନ୍ତୋଷଜନକ । ଏହା ମାଧ୍ୟମରେ ଇ-କୋର୍ଟସ୍ ଇଣ୍ଟିଗ୍ରେଟେଡ ମିସନ ମୋଡ୍ ପ୍ରକଳ୍ପ ଖୁବ୍ଶୀେଘ୍ର କାର୍ଯ୍ୟକାରୀ ହୋଇପାରିଛି । ସେ ଆହୁରି କହିଛନ୍ତି ଯେ ଆଜିସୁଦ୍ଧା ଦେଶର 18 ହଜାରରୁ ଅଧିକ କୋର୍ଟ କଂପ୍ୟୁଟରୀକୃତ ହୋଇଛି । ଟେଲି କନ୍ଫରରେନ୍ସିଂ ଏବଂ ଭିଡିଓ କନ୍ଫିରେନ୍ସିଂକୁ ସୁପ୍ରିମକୋର୍ଟ ଆଇନଗତ ମାନ୍ୟତା ଦେବା ପରେ ଇ-ପ୍ରୋସିଡିଂ କ୍ଷେତ୍ରରେ ଏକ ନୂଆ ଉତ୍ସାହ ଆସିଛି । ଏହା ଏକ ଗର୍ବ ଓ ଗୌରବ ବିଷୟ ଯେ ଆମର ସୁପ୍ରିମକୋର୍ଟ ଭିଡିଓ କନ୍ଫ ରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମାମଲାର ଶୁଣାଣି କରିଛନ୍ତି । ପୃଥିବୀର ଅନ୍ୟ କୌଣସି ହାଇକୋର୍ଟ ଏହି ବ୍ୟବସ୍ଥାରେ ଏତେ ମାମଲାର ଶୁଣାଣି କରିପାରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।