ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ଚଳିତବର୍ଷର ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ।
ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଡଃ ଦାଶଙ୍କୁ ତାଙ୍କ ରଚିତ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ୪୦ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ ।
ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯିବ।
ଆସନ୍ତା ଅକ୍ଟୋବର ମାସ ୨୬ତାରିଖରେ ହୋଟେଲ ମେ’ଫେୟାରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଶାରଳା ପୁରସ୍କାର ପ୍ରଦାନ କରାଯିବ।