ପୁରୀ,ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଅଧିନିୟମ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଅଧିନିୟମକୁ ତର୍ଜମା କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପିକେଡ଼ିଏ କର୍ତୃପକ୍ଷଙ୍କ ମତାମତ ନିଆଯିବ । ସେବାୟତ ଓ ଷ୍ଟେକ୍ ହୋଲଡର୍ ମାନଙ୍କ ମତାମତ ନିଆଯିବ । ସୀମିତ ସମୟ ମଧ୍ୟରେ ମତାମତ ନିଆଯିବା ସହିତ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କୁ ଏହାର ରିପୋର୍ଟ ଦିଆଯିବ ଏବଂ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।