ପୁରୀ, ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଅଧିନିୟମ ପ୍ରସଙ୍ଗ । ଦଇତାପତି ନିଯୋଗ, ଭିତର ସେବାୟତ ନିଯୋଗ ଏନେଇ ସୁପ୍ରିମକୋର୍ଟ ଯିବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଏପରିକି ଆବଶ୍ୟକ ପଡିଲେ ସେ ନିଜେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ସେବାୟତ ଦାସ ମହାପାତ୍ର । ସମସ୍ତ ସେବାୟତ ଏକାଠି ହୋଇ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି ।