
ମାଲକାନଗିରି, ମାଲକାନଗିରି ଜିଲ୍ଲାର ତରଲାକୋଟା ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅ।ହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲାକୋଟା ଛକ ନିକଟରେ ଏକ ଟ୍ରାକ୍ଟର ଓ ମୋଟରସାଇକେଲ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ମୋଟର ସାଇକେଲ ଆରୋହିଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଛି । ମୃତବ୍ୟକ୍ତି ଜଣକ ସତ୍ୟନାରାୟଣ ନାଏକ (୫୫) ସେ ମାଲକାନଗିରି ପ୍ରଧାନୀଗୁଡାର ବୋଲି ଜଣାପଡିଛି । ତେବେ ବର୍ତମାନ ସୁଧା ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।