ଭୁବନେଶ୍ୱର – ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର ପ୍ରସ୍ତାବିତ ହୋଡିଙ୍ଗ୍ ଟିକସକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ବିରୋଧ କରୁଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନର ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି । ସେହି ଅନୁପାତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମ୍ସିକୁ ପତ୍ର ଲେଖାଯାଇ ହୋଲଡିଂ ଟିକସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବିତ ହୋଲଡିଂ ଟିକସ କାର୍ଯ୍ୟକାରୀ ହେଲେ ରାଜଧାନୀରେ ଘରଭଡ଼ା, ଦୋକାନଭଡ଼ା ମୂଲ୍ୟ ଆକାଶଛୁଆଁ ହୋଇଯିବ । ବାର୍ଷିକ ୫ ରୁ ୬ ହଜାର ଟଙ୍କା ହୋଲଡିଙ୍ଗ ଟିକସ ଦେଉଥିବା ବାସିନ୍ଦାମାନଙ୍କୁ ୧୫ ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ହୋଲଡିଙ୍ଗ ଟିକସ ଦେବାକୁ ପଡ଼ିବ । ଏହା ନିଶ୍ଚିତ ଭାବରେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀକୁ ବାଧିବ । ବି.ଏମ.ସି.ର ଏହି ପ୍ରସ୍ତାବିତ ପିଟୁଣୀ ଟିକସକୁ ମଧ୍ୟ ଘରମାଲିକମାନଙ୍କୁ ଦେବାକୁ ପଡ଼ିବ । ଘରମାଲିକମାନେ ଏହି ଟିକସକୁ ଭଡ଼ାଟିଆମାନଙ୍କଠାରୁ ଆଦାୟ କରିବେ । ଏହାଫଳରେ ଛୋଟ ଛୋଟ ଦୋକାନୀ, ଘରଭଡ଼ା ନେଇ ରହୁଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ଯେଉଁ ହାରରେ ଟିକସ ପ୍ରସ୍ତାବ କରାଯାଇଛି ତାହା ଜଣେ ସାଧାରଣ ଲୋକ ପକ୍ଷରେ ଦେବା ସମ୍ଭବପର ହେବନାହିଁ । ତେଣୁ ଏହାକୁ ସମାଜବାଦୀ ପାର୍ଟି ବିରୋଧ କରୁଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଭୁବନେଶ୍ୱରର ୬୭ଟି ୱାର୍ଡର ଘରମାଲିକ, ଭଡ଼ାଟିଆ ଓ ଦୋକାନଘର ଭଡ଼ା ନେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀମାନଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ । ମୁ୍ୟନିସିପାଲ୍ କର୍ପୋରେସନ୍ ହୋଲଡିଙ୍ଗ ଟିକସ ବାବଦକୁ ବର୍ତ୍ତମାନ ଯେଉଁଭଳି ଟିକସ ନେଉଛନ୍ତି, ସେହି ଅନୁସାରେ ସେବା ଯୋଗାଇବାରେ ତପôରତା ପ୍ରକାଶ କରୁନାହାଁନ୍ତି । ଗଳିକନ୍ଦି ସଫେଇ ହେଉ, ଠିକ୍ ସମୟରେ ପାନୀୟ ଜଳ ଯୋଗାଢ଼ଣ ହେଉ, ଅଳିଆ ଆବର୍ଜନା ସଫା ହେଉ କିମ୍ବା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହେଉ, ସବୁ ଦୃଷ୍ଟିରେ ଦେଖିଲେ ବିଏମ୍ସିର କାର୍ଯ୍ୟ ଆଦୌ ସନ୍ତୋଷଜନକ ନୁହେଁ । ରାସ୍ତା ଘାଟ ଖାଲଖମାରେ ଭର୍ତ୍ତି, ବହୁ ଯାଗାରେ ବିଜୁଳି ଆଲୁଅ ଜଳୁନାହିଁ, ରାସ୍ତା କଡ଼ରେ ଅଳିଆ ଆବର୍ଜନା ଦିନ ଦିନ ଧରି ଗଦା ହୋଇ ରହୁଛି, ନାଳ ନର୍ଦ୍ଧମାରୁ ପଙ୍କ ଉଦ୍ଧାର ହେଉନାହିଁ କିମ୍ବା ଦଳ ମଧ୍ୟ ସଫା ହେଉନାହିଁ । ଅଭିଯୋଗ କଲେ ମଧ୍ୟ ବି.ଏମ୍.ସି. ନିଦାବିଷ୍ଣୁ ଭଳି ବ୍ୟବହାର କରୁଛି । ଗୋଟାଏ ଦିଗରେ ସନ୍ତୋଷଜନକ ସେବା ଯୋଗାଇବାରେ ଅସମର୍ଥ ବିଏମ୍ସିକୁ କାହିଁକି ଭୁବନେଶ୍ୱର ବାସିନ୍ଦା ଅଧିକ ଟିକସ ଦେବେ, ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହାକୁ ବିରୋଧ କରିବା ପାଇଁ ସମସ୍ତ ଘରମାଲିକ, ଭଡ଼ାଟିଆ ଓ ଛୋଟଛୋଟ ଦୋକାନୀମାନେ ଏକତ୍ର ହେବାର ଆବଶ୍ୟକତା ରହିଛି । ଯଦି ବିଏମ୍ସି କର୍ତ୍ତୃପକ୍ଷ ଏହି ପିଟୁଣି ଟିକସ କାର୍ଯ୍ୟକାରୀ କରିବା ନିଷ୍ପତ୍ତିକୁ ସ୍ଥଗିତ ନ ରଖନ୍ତି, ତାହେଲେ ଆଗାମୀ ଦିନରେ ଭୁବନେଶ୍ୱର ବାସିନ୍ଦାମାନଙ୍କ ପକ୍ଷରୁ ଏକତି୍ରତ ହୋଇ ଏହାର ବିରୋଧ କରାଯିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ଏ ସଂକ୍ରାନ୍ତରେ ଆଗାମୀ ମାସରେ ଭୁବନେଶ୍ୱରର ସମସ୍ତ ଘରମାଲିକ ଓ ଭଡ଼ାଟିଆମାନଙ୍କର ଏକ ସମ୍ମିଳନୀ ଅନୁÂିତ ହୋଇ ସର୍ବସମ୍ମତକ୍ରମେ ଏହାକୁ ବିରୋଧ କରାଯିବାର ପରିକଳ୍ପନା ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି ।
Related Stories
November 23, 2024