
ଗଞ୍ଜାମ, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଗୁରୁବାର ଦିନ ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ବ୍ରହ୍ମପୁର ଆଣି ଏସଡ଼ିଜେଏମ କୋର୍ଟରେ ହାଜର କରିଥିଲା ବ୍ରହ୍ମପୁର ପୋଲିସ । ସେଠାରୁ ତିନି ଦିନିଆ ରିମାଣ୍ଡରେ ନେଇ ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନାମରେ ଟଙ୍କା ଆଦାୟକୁ କେନ୍ଦ୍ର କରି ପୋଲିସ ଖୋଳତାଡ଼ କରିଥିଲା । ଏହା ପରେ ଗତକାଲି ବ୍ରହ୍ମପୁର କେନ୍ଦ୍ରୀୟ ଜେଲ୍ ରେ ପ୍ରଦୀପ ରାତି କଟାଇବା ପରେ ଆଜି ସକାଳୁ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ କୁ ନିଆଯାଇଛି ।