
ଗଞ୍ଜାମ, ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ପୋଲିସ ଅଧିକାରୀ ମାନେ କୋଭିଡ଼୍ ଟୀକା ନେଇଛନ୍ତି । ଟୀକା ନେବା ପରେ ଅଧ ଘଂଟାଏ ଅବଜରଭେସନରେ ରହିବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇନାହିଁ । ଏଣୁ ଜିଲ୍ଲାର ସମସ୍ତ ଆଗୁଆ କୋଭିଡ଼୍ ଯୋଦ୍ଧା ଏବଂ ଜନସାଧାରଣ ଏହି ଟୀକା ନେଇ ନିଜକୁ, ନିଜ ପରିବାର ଓ ସମାଜକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।