ଭୁବନେଶ୍ୱର -ଯାଜପୁର ଜିଲ୍ଲା ବରି ବ୍ଲକର ଓରୁଆଳ ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ସେହି ପଂଚାୟତର ସରପଂଚ ହତ୍ୟା ଧମକ ଦେଇ ମାଡ ମାରିବା ଘଟଣାକୁ ଆଜକୁ ୪ ଦିନ ପୁରିଲାଣି । ବିଚରା ହୋମଗାର୍ଡ ଜଣକ ଥାନାରେ ଏତେଲା ଦେଲାପରେ ବି ପୋଲିସ ଶାସକ ଦଳର ନେତାଙ୍କ ଚାପରେ ଚୁପ । ହୋମଗାର୍ଡ ରଂଜନ ନିଜ ଜିବନ ପ୍ରତି ଭୟ ଥିବାରୁ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି । ରାଜ୍ୟ ସରକାର ଏପଟେ ୫ଟି, ମୋ ସରକାର କଥା କହୁଥିବା ବେଳେ ସେପଟେ ସରକାରଙ୍କର ଗୃହ ବିଭାଗର ହୋମଗାର୍ଡବି ବଂଚୁନି ଶାସକ ଦଳର ନେତାମାନଙ୍କର ଗୁଣ୍ଡାଗର୍ଦ୍ଧିରୁ । ବିଧାୟିକାଙ୍କ ସ୍ୱାମୀ ବୋଲି ସେ କଣ ଆଇନର ଉର୍ଦ୍ଧରେ କି ? ଶାସକ ଦଳର ଗୁଣ୍ଡାମାନଙ୍କୁ ପୋଲିସ ତୁରନ୍ତ ଗିରଫ କରୁ ଓ ରଂଜନ ମଲ୍ଲିକଙ୍କୁ ତୁରନ୍ତ ସୁରକ୍ଷା ଦେଉ ବୋଲି ବିଜେପି ଅନୁସୁଚିତ ଜାତିର ଏକ ପ୍ରତିନିଧି ଦଳ ହୋମ ଗାର୍ଡ ରଂଜନ ବେହେରା ଘରକୁ ଯାଇ ଦାବି କରିଛନ୍ତି । ପରେ ପ୍ରତିନିଧୀ ଦଳ ଥାନାକୁ ଯାଇ ଘଟଣା ସଂର୍ପକରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଗତ ନିର୍ବାଚନରେ ହୋମଗାର୍ଡ ରଂଜନ ମଲ୍ଲିକ ନିର୍ବାଚନ ଡୁ୍ୟଟିରେ ଥିଲେ । ସେତେବେଳେ ଶାସକ ଦଳର ବିଧାୟିକା ସୁନନ୍ଦା ଦାସଙ୍କ କିଛି ବେଆଇନ ହୋର୍ଡିଙ୍ଗକୁ ନିର୍ବାଚନ ଅଧିକାରିଙ୍କ ନିଦେ୍ର୍ଧଶରେ ରଂଜନ ଉଠାଇଦେଇଥିଲେ । ସେଥିରେ ପ୍ରତିଶୋଧ ପରାୟଣା ହୋଇ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ, ତାଙ୍କ ସହଯୋଗୀ ସରପଚଂ ଅଶୋକ ସାମଲ, ପୁର୍ବତନ ନୋମିନ ସନ୍ତୋଷ ସାମଲ ରଂଜନ ମଲ୍ଲିକକୁ ୯ ତାରିଖରେ ମାଡ ମାରିଥିଲେ । ରଂଜନ ବରି ଥାନାରେ ଏତେଲା ଦେଲା ପରେ ପୋଲିସ ଆସାମୀଙ୍କ ଗିରଫ କରିବା ବଦଳରେ ଓଲଟା ରଂଜନଙ୍କୁ ଧମକ ଚମକ ଦେଉଛନ୍ତି । ପୋଲିସ ତୁରନ୍ତ ରଂଜନଙ୍କୁ ମାଡ ମାରିଥିବା ଗୁଣ୍ଡାମାନଙ୍କୁ ଗିରଫ କରୁବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ପ୍ରତିନିଧି ଦଳରେ ପୁର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ ସଂପାଦକ ଦିଲ୍ଲିପ ମଲ୍ଲିକ, ବବିତା ମଲ୍ଲିକ, ଅମିୟ ମଲ୍ଲିକ, ଅନୁସୁଚିତ ଜାତିର ସଭାପତି ସୁଶାନ୍ତ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ସୁଭସିନୀ ନାଥଶର୍ମା ଏବଂ ମନୋଜ ବେହେରା ପ୍ରମୁଖ ସାମିଲ ଥିଲେ