
ଭୁବନେଶ୍ୱର, ଫ୍ରଂଟ ଲାଇନ କରୋନା ଯୋଦ୍ଧାଙ୍କ ଟୀକାକରଣ ଆଜି ଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ କରୋନା ଟୀକା ନେଇଛନ୍ତି । କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ସେ ଏହି ଟୀକା ନେଇଛନ୍ତି । ଏହା ସମ୍ପୂର୍ଣ ଭାବେ ସୁରକ୍ଷିତ ଓ କୌଣସି ପାର୍ଶ ପ୍ରତିକ୍ରିୟା ତାଙ୍କର ଦେଖା ଯାଇ ନ ଥିବା ସେ ପ୍ରକାଶ କରିଛନ୍ତି । ସେ ଓଡିଶା ପୋଲିସର ଅଫିସର ଓ କର୍ମଚାରୀ ମାନଙ୍କୁ ଏହି ଟୀକା ନେବାକୁ ଆହ୍ୱାନ କରିଛନ୍ତି ।
ସେହିପରି ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ବାଇ.କେ ଜେଠବା, ଅମିତେନ୍ଦ୍ର ନାଥ ସିନ୍ହା, ଲଳିତ ଦାସ , ସୌମେନ୍ଦ୍ର ପ୍ରିୟଦର୍ଶୀ, ଅମିତାଭ ଠାକୁର, ଏସ ପ୍ରବୀଣ କୁମାର, ସୁଧାଂଶୁ ଷଡଙ୍ଗୀ, ସତୀଶ ଗଜଭିଏ, ବି. ଯୁଗଳ କିଶୋର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଟୀକା ନେଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।