
ଭୁବନେଶ୍ୱର,ବହୁଚର୍ଚିତ ମାହଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ସରପଂଚଙ୍କ ସ୍ୱାମୀ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତଦେହକୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଟାଙ୍ଗୀ ଟୋଲ ଗେଟ ନିକଟରୁ ଠାବ କରିଛି । ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିବାରୁ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଟାଙ୍ଗୀ ଥାନା ପୋଲିସ ସନ୍ଦେହ କରୁଛି ।
ଶବ ଚିହ୍ନି ହେଉ ନ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ବାଇକ, ପର୍ସ ଓ ମୋବାଇଲ ଜବତ କରିଛି । ଏହାକୁ ଦେଖି ପୋଲିସ ମୃତକ ପ୍ରଫୁଲ୍ଲ ବିଶ୍ୱାଳ ବୋଲି ଜାଣିବାକୁ ପାଇଛି । ଅନ୍ୟ ପକ୍ଷରେ ପୋଲିସ ମୃତ ଶରୀରକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନା ପଠାଇଛି ।