
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ପୌରପାଳିକା ତରଫରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିବା “ୟୁଜର ଫି” କୁ ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ବିରୋଧ କରୁଛି ।
କୋରାନା ଭଳି ମହାମାରି ଚାଲିଥିବା ସମୟରେ ପୌରପାଳିକାର ଏଭଳି ପଦକ୍ଷେପ ଅତ୍ୟନ୍ତ ଚିନ୍ତା ଜନକ ।
ତୁରନ୍ତ ଏ ଧାର୍ଯ୍ୟ ଫି କୁ ପ୍ରତ୍ୟାହାର କରି ପୁରୀ ବାସୀଙ୍କ ସହ ଆଲୋଚନା କରିବା ପାଇଁ ଆମର ଦାବି l
ନଚେତ୍ ଆମ୍ ଆଦମୀ ପାର୍ଟି ଏହା ବିରୁଦ୍ଧରେ ବିକ୍ଷୋଭ କରିବ ବୋଲି ପୁରୀ ଆମ୍ ଆଦମୀ ପାର୍ଟି ତରଫରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ମିଳିଛି ।