କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବୃଦ୍ଧା ଙ୍କ ପରିଚୟ ନାହିଁ ହେଲେ ଆଖିରେ ଆଖିଏ ଲୁହ ନିଜ ନାମ ବି କହିପାରୁ ନାହାନ୍ତି – ହେଲେ ଆଖିରେ ଲୁହ ପୁଅ କୁ ମଣିଷ କଲି ବୋଲି |
ଫେସବୁକ ରେ ଜଣେ ଭଉଣୀ ମେସେଜ କରି କହିଲେ, ଭାଇ ଜଣେ ବୃଦ୍ଧା ଲୋକ ବୟସ ପାଖା-ପାଖି ୬୫ ରୁ ୭୦ ବର୍ଷ ହେବ | ଖାଇବାକୁ ପିଇବାକୁ ନପାଇ ହୋଟେଲ ହଲିଡେ଼ ରିସୋର୍ଟ ଗଳି ର ସମୁଦ୍ର କୂଳରେ ଗୋଟେ ପୋଲିସ ପୋଷ୍ଟ ପାଖରେ ବସି ରହିଛନ୍ତି ଗଲା ୩ଦିନ ହେବ ଭଉଣୀ ମାନେ ତାଙ୍କୁ ଦିନକୁ ୨ବେଳା ଖାଇବାକୁ ଟିକେ ଦେଉଥିଲେ | ଶୀତ-କାକର ରାତିରେ କେମିତି ଯେ ମଉସା ଥିବେ ଦେଖା କରିବାକୁ ଆମେ ଯୁବ ଓ ଛାତ୍ର କଂଗ୍ରେସ ର ସଦସ୍ୟ ମାନେ ସେହି ସ୍ଥାନରେ ପହଞ୍ଚିବା ପରେ ସତକୁ ସତ ମଉସା ଜଣକ ଶୀତ ରେ ଥରୁଥାନ୍ତି | ଭୋକଜେ ଏତେ ଭୋକ ମଉସା କାନ୍ଦି ପକାଉଥାନ୍ତି | ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଙ୍କ ନେତୃତ୍ୱରେ ରେ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ରାଜୀବ ଗାନ୍ଧୀ ଫୋରମ ଜ଼ିଲ୍ଲା ସଭାପତି ଦେବାଶିଷ ଦଇତାପତି, ଛାତ୍ର ନେତା ଅନିଲ ବେଜ ଓ ଆଦିତ୍ୟ କୁମାର ଙ୍କ ସହଯୋଗ କ୍ରମେ ମଉସା ଙ୍କ ଭୋକ ରୁ ଟିକେ ମୁକ୍ତି ପାଇଁ ଦେବାଶିଷ ୨ଟି ବିସ୍କୁଟ ଦେଲେ | ମାଉସ ଙ୍କ ଏତେ ଭୋକ ଥିଲା ଯେ ବିସ୍କୁଟ ୨ଟି ଧରୁ ଧରୁ ଖାଇଦେଲେ | ଏହାପରେ ଆମେ ଜାଣିବାକୁ ପାଇଲୁ ହୃଦୟ ବିଦାରକ କଥା ମଉସା ଜଣେ ତାଳପତ୍ର ବୁଣାକାର ମଉସା ଙ୍କ ପୁଅ ମାନେ ମଉସା ଙ୍କୁ ଚଳେଇ ନପାରି ଘରୁ କାଢି ଦେଇଛନ୍ତି ଆଉ ମଉସା ଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ମଧ୍ୟ ଏମିତି କୋଉଠି ଅଛନ୍ତି ଜାଣି ନହାନ୍ତି | ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ କାଢ଼ିଦେଇଛନ୍ତି କୁଳାଙ୍ଗାର ପୁଅ ମାନେ ଭାଙ୍ଗି ପଡୁଛନ୍ତି ମଉସା ହେଲେ ଘର ର ଠିକଣା ଠିକ ଭାବେ କହି ପାରୁ ନାହାନ୍ତି | ନିଜ ଗୋଡ ରେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି ଦୁର୍ବଳତା ର ଶେଷ ସୀମା ରେ ହୁଏତ ଆଉ ଗୋଟେ ଦିନ ପରେ ତାଙ୍କ ଜୀବନ ସେଇଠି ଚାଲି- ଯାଇଥାନ୍ତା | ଆମେ ମାଗଣା ସେବା ୧୦୮ ଆମ୍ବୁଲାନସ କୁ ଫୋନ କରି ମଉସା ଙ୍କୁ ନେଇକରି ପୁରୀ ସଦର ବଡ ଡାକ୍ତରଖାନା ରେ ଭର୍ତି କରାଇଲୁ | ରାତିରେ ରୁଟି ଡାଲମା ସହ ପାଣି ବୋତଲ ଦେଇ ମେଡିକାଲ ରେ ଭର୍ତି କରିଛୁ | ତାଙ୍କର ବ୍ଲଡ଼ ପ୍ରେସର ଟିକେ ଉଚ୍ଚା ଥିବାରୁ ଏବେ ସେ ଡାକ୍ତର ଙ୍କ ପରାମର୍ଶ ରେ ଅଛନ୍ତି | ଏହା ପରେ ତାଙ୍କୁ ସରକାରୀ ନୀଳାଦ୍ରି ନିଳୟ ରେ ଭର୍ତି କରିବା ସହ ମଉସା ଜଣଙ୍କ ଙ୍କ ପରିଚୟ ଜଣେ ତାଙ୍କ ସ୍ତ୍ରୀ ଙ୍କୁ ଖୋଜି ତାଙ୍କ ସହ ମିଳନ କରିବାକୁ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଏବଂ ତାଙ୍କ ସହଯୋଗୀ ଟିମ ପ୍ରତିଶୃତି ଦେଇଛନ୍ତି | ଏବେ ବୁଢା ମଉସା ଙ୍କ ସବୁକିଛି ଯୁବ ଓ ଛାତ୍ର କଂଗ୍ରେସ ର ନଜର ରେ ସେବା କରାଯିବ ବୋଲି ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି |