କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଅମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ପୁରୀର ସିଟି ରୋଡ଼, ୟୁଥ କ୍ଲବଠାରେ ଏକ ଗ୍ରୀଭାନ୍ସ ବୈଠକ
ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ପ୍ରାୟତଃ ୬୫ ଜଣ ୧୦୮ କ୍ରିୟୁମାନେ
ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ
ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ
ପହଂଚାଇପାରିବେ ସେହି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଉକ୍ତ କର୍ଯ୍ୟକ୍ରମରେ ଜିକିସ୍ ହେଲଥ କେୟାର ଲିମିଟେଡ଼ର ସିଏଚଆରଓ, ମନିଶ କେ ଉପସ୍ଥିତରହି
ଓଡ଼ିଶାରେ କିପରି ସମସ୍ତ ରୋଗୀଙ୍କ ନିକଟରେ ୧୦୮ ଆମ୍ବୁଲାନ୍ସ ସେବା ପହଂଚା ଯାଇପାରିବ ସେଥ
ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ
ସବ୍ୟସାଚୀ ବିଶ୍ବାଳ, ମାନବ ସମ୍ବଳ ମୁଖ୍ୟ, ଦୀପକ୍ ଶ୍ରୀବାସ୍ତବ, ଅପରେସନ ମୁଖ୍ୟ, ରାଜିବ୍ ଦାଶ,
ରକ୍ଷଣାବେକ୍ଷଣ ମୁଖ୍ୟ, ସଂଗ୍ରାମ ନାୟକ ଏବଂ ଅପରେସନ୍ ଟିମର ଦେବାଶିଷ ନରେନ୍ଦ୍ର ଏବଂ ଚିତରଂଜନ
ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହା ସହିତ କୌଣସିବି ଗରିବ ତଥା ଅଧିଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ
ବଂଚିତ ନହୁଅନ୍ତି ସେଥପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ ବୈଠକରେ
ବିଭିନ୍ନ ପ୍ରଶିକ୍ଷଣ ସହିତ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି
କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଯାହା ମାଧ୍ୟମରେ ପୁରସ୍କୃତ ହୋଇଥିବା କିଛି କର୍ମଚାରୀଙ୍କୁ
ଦେଖି ଅନ୍ୟ କର୍ମୀମାନେ ଅନୁପ୍ରାଣିତହୋଇ ଭଲ କାମ କରିବା ପାଇଁ ଉତ୍ସାହିତ ହୋଇପାରିବେ ସେଥି
ନିମନ୍ତେ ଧାନ ଦିଆଯାଇଛି ।