ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ରାଉତି ପଂଚାୟତ ର ପାଲାପଡା ଗ୍ରାମ କୁ ଯିବା ସମୟରେ ରାସ୍ତାରେ ଏକ ବରଗଛ ମୂଳ ରୁ ନିଆଁ ଜଳୁଥିବା ଏବଂ ଧୂଆଁ ବାହାରୁଥିବା ଦେଖି ଆମର ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଦେଖିଲା ବେଳକୁ ସେଠାରେ ବୁଢ଼ୀ ମା ଏବଂ ତାଙ୍କର ପୁଅ ବସିଛନ୍ତି ରୋଷାଇ କରୁଛନ୍ତି ତାଙ୍କୁ ପଚାରି ବୁଝିବାରୁ ସେ ତାଙ୍କର କରୁଣକାହାଣି କହି କାନ୍ଦି ପକାଇଲେ ତାପରେ ସେ ତାଙ୍କର ଦୁଃଖର କାହାଣୀ ବଖାଣି ଥିଲେ ପାଲାପଡା ଗ୍ରାମରସ୍ବର୍ଗତ ସୁରେନ୍ଦ୍ର ପ୍ରଧାନ ଙ୍କ କଥା କହିଥିଲେ ସୁରେନ୍ଦ୍ର ଙ୍କୁ କୁଷ୍ଠ ରୋଗରେ ପୀଡିତ ଥିଲେ ସେ ରୋଗହଵା ଯୋଗୁଁ ସେ କାମ କରିନପାରି ନଥିଲେ ତାଙ୍କୁ ଗ୍ରାମରୁ ବାଛନ୍ଦ କରିଦେବାରୁ ସେ ମାଗି କରି ଖାଇବା ର କିଛି ଦିନ ପରେ ତାଙ୍କର ମୁର୍ତ୍ତୃ ହୋଇଥିଲା ଗ୍ରାମର ଲୋକଙ୍କୁ କହିବାରୁ କେହିବି ସହାୟତା କରିନଥିଲେ ଶେଷରେ ଗ୍ରାମବାସୀ ନ ଆସିବାରୁ ପୁତ୍ର ଅଶୋକ ନିଜେ କାନ୍ଧରେ ନେଇ ପିତା ଙ୍କ ଶବସତ୍କାର କରିଥିଲେ ହେଲେ ବାପା ବଂଚିଥିଲା ବେଳେ ସେ କାମ ନ କରି ନିଜଜମି କୁ ସନାତନ ପ୍ରଧାନ ଙ୍କୁ ଭାଗ ଚାଷ କୁ ଦେଇଥିଲେ ହେଲେ ସୁରେନ୍ଦ୍ର ଙ୍କ ମୁର୍ତ୍ତୃ ପରେ ତାଙ୍କ ପୁତ୍ର ନିଜେ ସନାତନ କୁ ନିଜର ଜମି ଏବଂ ଘର ମାଗିଥିଲେ ହେଲେ ସନାତନ ତାଙ୍କୁ ମାରି ସଠାରୁ ତଡିଦେଲା ପରେ ମା ଓ ପୁତ୍ର ଥାନାରେ ଲିଖିତ ଦରଖାସ୍ତ ଦେଲା ପରେ ମଧ୍ୟ ସମାନଙ୍କୁ ପ୍ରଶାସନ ର ସହାୟତା ନମିଳିବାରୁ ମା ଜୋସଦା ବୟସ 72ବର୍ଷ ଓ ପୁତ୍ର ଅଶୋକ ବୟସ 32ବର୍ଷ ଏକ ଜଙ୍ଗଲ ଭିତରେ ପାଳ ଗଦା ରେ ଆଶ୍ରୟ ନେଇଛନ୍ତି ଏବଂପ୍ରଶାସନ କୁ ବାରମ୍ବର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି ବୋଲି ପୁତ୍ର ଅଶୋକ କହିଛନ୍ତି
ମିଥୁନ ସେଠୀ କହିଛନ୍ତି ଜେ ମା ପୁତ୍ର କୁ ଜେମିତି ହେଲେ ତାଙ୍କରଘର ଏବଂ ଜମି ଫେରାଇ ଦେବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ହେଲେ ଏପଟେ ଭାଗ ଚାଷୀ ସନାତନ ତାଙ୍କ ଘରକୁ ଗାଈ ଗୁହାଳ କରି ବା ସହ ତାଙ୍କ ଜମି ଦଉନି ଏବଂ ନିଜର ଜୋଇଁ, ଝିଅ ସ୍ତ୍ରୀ କୁ ଧରି ଧମକ ଦଉଚି ମାରିଦେବାକୁ ହେଲେ ଏପଟେ ଦୁଃଖିମା ର କଷ୍ଟ କହିଲେ ନ ସରେ ଗଣମାଧ୍ୟମ କୁ ଅନୁରୋଧ କରିଛନ୍ତି ଜେ ଜାଗା , ଜମି ଫେରାଇବା ନିମନ୍ତେ ମୋତେ ସହାୟତା କରନ୍ତୁ