କନ୍ଧମାଳ – ଆଜି ସ୍ଥାନୀୟ ମା ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳର ନୁତନ ତଥା ଉଦୀୟମାନ ସ୍ୱେଛାସେବୀ ଯୁବ ସଂଗଠନ ଟିମ ହୁ୍ୟମାନିଟିର ସାଧାରଣ ପରିଷଦ ବୈଠକ ଅନୁ Â ିତ ହୋଇଯାଇଛି. ଏହି ସଭାରେ ସଂଗଠନର ସଦସ୍ୟ ତଥା ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ଫୁଲବାଣୀ ରକ୍ତଦାତା ତଥା ସମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଆଇନଜୀବି ରମେଶଚନ୍ଦ୍ର ମହାନ୍ତି ଓ ସାମ୍ବାଦିକ ଅଶୋକ କୁମାର ମହାନ୍ତିଙ୍କ ସହ ରକ୍ତଦାତା ତଥା ରକ୍ତ ସଂଗ୍ରହ କାର୍ଯ୍ୟରେ ସକ୍ରୀୟ ଭାବରେ କାର୍ଯ୍ୟ କରୁଥିବା ଭି.ଲୋକନାଥ ରାଜୁ, ଆଶିସ କୁମାର ବେହେରାଙ୍କ ସମେତ ଟିକାବାଲି, ବାଲିଗୁଡା, କ. ନୁଆଗାଁ, ଜି. ଉଦୟଗିରି ଏବଂ ଫୁଲବାଣୀର ୪୦ ଜଣରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ. ପ୍ରଥମେ ଏହି ସଂଗଠନର ହ୍ୱାଟସାପ ଗୃପର ଆଡମିନ ସଂଗଠନର ଆଭିମୁଖ୍ୟ ଓ ଉଦେଶ୍ୟ ବିଷୟରେ ସୁଚନା ଦେଇଥିଲେ ପରେ ବିଭିନ୍ନ ଅଂଚଳର ସ୍ୱେଛାସେବୀମାନେ ସେମାନଙ୍କ ଅଂଚଳରେ ଲୋକଙ୍କୁ ସହାୟତା କରିବାବେଳେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ. ଏହାର ଉତରରେ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ରକ୍ତଭଣ୍ଡାରର ସମସ୍ୟା ଏବଂ ଏହାର ସମାଧାନ ବିଷୟରେ କହିଥିଲେ ଏବଂ ବିଜୟକୃଷ୍ଣ ପଟ୍ଟନାୟକ ସେବା କରୁଥିବାବେଳେ ସ୍ୱେଛାସେବୀ ମାନଙ୍କର ବିଭିନ୍ନସମସ୍ୟା ଗୁଡିକ କିଭଳି ଆଇନର ସହାୟତାରେ ସମାଧାନ ହେବ ଏବଂ ଆବଶ୍ୟତାବେଳେ ବିଭିନ୍ନ ସ୍ତରରେ ସହାୟତା ପାଇଁ ପ୍ରତିଶୁ୍ରତି ଦେଇଥିଲେ. କାର୍ଯ୍ୟକ୍ରମକୁ ଆଇନଜୀବି ରମେଶଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ. ସର୍ବସମ୍ମତିକ୍ରମେ ସଂଗଠନର ଜିଲା ସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା ସର୍ବସମ୍ମତି କ୍ରମେ ସଂଗଠନର ଆବାହକ ଭାବରେ ଭି.ଲୋକନାଥ ରାଜୁଙ୍କୁ ଚୟନ କରାଯାଇଥିଲା. ସେହିପରି ଅତିରିକ୍ତ ଆବାହକ ଭାବେ ଆଶିସ କୁମାର ବେହେରା, ସଂଗଠକ ଭବେ ଟିକାବାଲିର ହୀରୋ ନାୟକ, କୋଷାଧ୍ୟକ୍ଷ ଭାବରେ ଲକ୍ଷ୍ମୀନାରାୟଣ ପାତ୍ର ଓ ନିଳମାଧବ ପାତ୍ର, ସଂଗଠନ ସଦସ୍ୟ କିହ୍ନର ସଂଘର ନମିତା ପରିଡା, ଅମରଜୋ୍ୟତି, ଶୁଭାଶିସ କୁମାର ପଣ୍ଡା, ନିଳମାଧବ ପଣ୍ଡା, ଅଶ୍ୱିନି କୁମାର ସାହୁ, ସୌମ୍ୟରଞ୍ଜନ ଆଚାରୀ ଓ ସୁବ୍ରତ ବଗର୍ତୀଙ୍କୁ ଚୟନ କରାଯାଇଥିଲା ଏବଂ ଉପଦେଷ୍ଟା ମଣ୍ଡଳିରେ ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା, ରମେଶଚନ୍ଦ୍ର ମହାନ୍ତି ଓ ଅଶୋକ. କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିଲା. ଏହି ସଂଗଠନର ସଦସ୍ୟମାନେ ବର୍ଷାଧିକ ସମୟ ହେଲା ଜିଲାର ବିଭିନ୍ନ ବ୍ଳକରେ ଅସହାୟ ଲୋକଙ୍କୁ ଦୁର୍ଘଟଣାବେଳେ ଆହତ ମାନଙ୍କୁ ସହାୟତା ଯୋଗାଇଦେବା ସହିତ ଡାକ୍ତରଖାନାରେ ରୋଗୀମାନଙ୍କୁ ରକ୍ତ ଯୋଗାଇବାଠାରୁ ଆରମ୍ବ କରି ବିଭିନ୍ନ ସହାୟତା ମାନ କରିଆସୁଛନ୍ତି. ରମେଶଚନ୍ଦ୍ର ମହାନ୍ତି ଓ ଅଶୋକ କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିଲା. ଏହି ସଂଗଠନର ସଦସ୍ୟମାନେ ବର୍ଷାଧିକ ସମୟ ହେଲା ଜିଲାର ବିଭିନ୍ନ ବ୍ଳକରେ ଅସହାୟ ଲୋକଙ୍କୁ ଦୁର୍ଘଟଣାବେଳେ ଆହତ ମାନଙ୍କୁ ସହାୟତା ଯୋଗାଇଦେବା ସହିତ ଡାକ୍ତରଖାନାରେ ରୋଗୀମାନଙ୍କୁ ରକ୍ତ ଯୋଗାଇବାଠାରୁ ଆରମ୍ବ କରି ବିଭିନ୍ନ ସହାୟତା ମାନ କରିଆସୁଛନ୍ତି. ରମେଶଚନ୍ଦ୍ର ମହାନ୍ତି ଓ ଅଶୋକ କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିଲା. ଏହି ସଂଗଠନର ସଦସ୍ୟମାନେ ବର୍ଷାଧିକ ସମୟ ହେଲା ଜିଲାର ବିଭିନ୍ନ ବ୍ଳକରେ ଅସହାୟ ଲୋକଙ୍କୁ ଦୁର୍ଘଟଣାବେଳେ ଆହତ ମାନଙ୍କୁ ସହାୟତା ଯୋଗାଇଦେବା ସହିତ ଡାକ୍ତରଖାନାରେ ରୋଗୀମାନଙ୍କୁ ରକ୍ତ ଯୋଗାଇବାଠାରୁ ଆରମ୍ବ କରି ବିଭିନ୍ନ ସହାୟତା ମାନ କରିଆସୁଛନ୍ତି.
Related Stories
November 23, 2024