ସେଣ୍ଟ୍ରଲ ଭିଷ୍ଟା ଏଭିନ୍ୟୁର ଉନ୍ନତିକରଣ ପାଇଁ 2020 ନଭେମ୍ବର 10ତାରିଖଦିନ ସରକାର 608କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରିଛନ୍ତି । ଏଥିପାଇଁ ଦିଲ୍ଲୀ ଅର୍ବାନ ଆର୍ଟ କମିଶନର, ହେରିଟେଜ କନଜଭେସନ କମିଟି, ସେଣ୍ଟ୍ରାଲ ଭିଷ୍ଟା କମିଟି ଏବଂ ସ୍ଥାନୀୟ ପ୍ରଶାସନ ଆଦି କର୍ତୃପକ୍ଷଙ୍କ ଠାରୁ ଅନୁମତି ଅଣାଯାଇଛି । ଏହି କାମକୁ କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ (ସିପିଡବ୍ଲୁଡି) ଦ୍ୱାରା କରାଯିବ । ସେଣ୍ଟ୍ରାଲ ଭିଷ୍ଟାର ଉନ୍ନତିକରଣ ପାଇଁ ପଦକ୍ଷେପ ସ୍ୱରୂପ ଲୋକମାନଙ୍କ ବ୍ୟବହାର କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରାଯାଉଛି ।
ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁକୁ ନୂଆରୂପ ଦେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡିକ ହେଉଛି:
ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ଭୂମି, ଲର୍ଣ୍ଣ ଓ ସବୁଜିମା ଆଦିର ନୂଆରୂପରେ ମୂଳ 3ଲକ୍ଷ 50ହଜାର ବର୍ଗମିଟର ଅଞ୍ଚଳକୁ ସମ୍ପ୍ରସାରଣ କରାଯାଇ 3ଲକ୍ଷ 90ହଜାର ବର୍ଗମିଟରକୁ ବୃଦ୍ଧି କରାଯାଇଛି । ଏଥିରେ ଜଳସେଚନ ବ୍ୟବସ୍ଥା ଯୋଡା ଯାଇଛି । ବଜାର କ୍ଷେତ୍ର, ବୁଲାବିକାଳୀଙ୍କ ପାଇଁ ସୁବିଧା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଆଦି ସୁବିଧାଗୁଡିକ ପର୍ଯ୍ୟଟକ ଏବଂ ଦର୍ଶକମାନଙ୍କ ପାଇଁ 10ଟି ସ୍ଥାନରେ ରହିବ । ଜନପଥ ଏବଂ ରାଜପଥର ସି ହେକ୍ସାଗନ କ୍ରସିଂଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯିବ । ରାଜପଥ ଏବଂ କେନାଲ ନିକଟରେ ପଦଚଲା ପଥ ରହିବ । ଗାଡି ପାର୍କିଂ ବ୍ୟବସ୍ଥା ଏବଂ ସାଧାରଣ ସୁବିଧା ଆଦି ବ୍ୟବସ୍ଥା 12ଟି ସ୍ଥାନରେ ହେବ । ଲନ୍ ମଧ୍ୟରେ ଚଲାପଥ ଏବଂ କେନାଲ ଉପରେ ଛୋଟ ପୋଲ ତିଆରି ହେବ । କେନାଲର ଜଳକୁ ପରିସ୍କାର ରଖିବା ପାଇଁ ବ୍ୟବସ୍ଥାର ଆଧୁନିକୀକରଣ ହେବ । ବର୍ଜ୍ୟଜଳ ଏବଂ ପରିମଳ ବ୍ୟବସ୍ଥା ପାଇଁ ବିଶୋଧନ ଯନ୍ତ୍ର ସ୍ଥାପନ କରାଯିବ । ଦୁଇଚକିଆ ଯାନ କାର ଏବଂ ବସ୍ ପାଇଁ ପାର୍କିଂ ସ୍ଥାନର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ବିଭିନ୍ନ ବ୍ୟବସାୟିକ ପ୍ରଚାରପତ୍ର ପ୍ରଦର୍ଶନ ପାଇଁ ସୁବିଧା ରହିବ । ଆଲୋକବ୍ୟବସ୍ଥା, ସିସିଟିଭ କ୍ୟାମେରା ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା, ବୃଷ୍ଟିଜଳ ଅମଳ ଏବଂ ଜଳଯୋଗାଣ ବ୍ୟବସ୍ଥା ରହିବ । ଜଳସଂରକ୍ଷଣ ସହିତ ପରିବେଶ ପ୍ରଦୂଷଣ ନ ହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସର୍ବୋପରି ଗଣତନ୍ତ୍ର ଦିବସ ଭଳି ଉତ୍ସବ ପାଳନ ସମୟକୁ ଦୃଷ୍ଟିରେ ରଖି ଏଠାରେ ବସିବା ବ୍ୟବସ୍ଥାକୁ ଅଳ୍ପ ସମୟ ମଧ୍ୟରେ ଖୋଲି ସାଇତି ରଖିବା ଏବଂ ପୁନର୍ବାର ଛିଡା କରାଇବା ବ୍ୟବସ୍ଥା ହେବ ।