
ଭଦ୍ରକ, ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଆ ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ କାବୁ କରି ନେଇଛି । ପୋଲିସ ନିକଟକୁ ନ୍ୟାୟ ଆଶାରେ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।