କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀରେ ବ୍ରାଉନ ସୁଗାର କାରବାର ଉପରେ କଡା ନଜର ରଖିବାକୁ ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଅବକାରୀ ବିଭାଗ ତତ୍ପର ହୋଇଛି। ଆଜି ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମ ଗିରି ଥାନା ଅନ୍ତର୍ଗତ ବିଜିପୁର ଗ୍ରାମରେ ଚଢଉ କରାଯାଇ ବ୍ରାଉନ ସୁଗାର ବେପାର ଅଭିଯୋଗ ରେ ରଂଜନ ଦାସ ଙ୍କୁ ଗିରଫ କରାଯାଇଛି। ତାଂକ ନିକଟ ରୁ 15 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ତେବେ ପୁରୀ ଜିଲ୍ଲାରେ ବ୍ରାଉନ ସୁଗାର ବେପାର ବଢି ଚାଲିଥିବା ବେଳେ ଏ ନେଇ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।