ଏହି ପୁରସ୍କାର ପାଇଁ ଆବେଦନର ଯୋଗ୍ୟତାଭାବରେ ସର୍ବନିମ୍ନ 25ବର୍ଷ ବୟସ ଏବଂ ଅନୁଷ୍ଠାନଗୁଡିକ ପାଇଁ ଅନ୍ୟୂନ ୫ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ବୟସ, ଭୌଗୋଳିକ ସ୍ଥିତ, ଦୁର୍ଗମ ସ୍ଥାନ ଆଦି ସତ୍ୱେ ନିଜର ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ଏହି ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦିଆଯାଇଥାଏ । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି ସମାଜକୁ ଅନୁପ୍ରାଣିତ କରିଥାଏ । ବିଶେଷକରି ଦେଶର ଯୁବଗୋଷ୍ଠୀଙ୍କ ମନରେ ପାରମ୍ପାରିକଭାବେ ରହିଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଏ । ଲିଙ୍ଗଗତ ବୈଷମ୍ୟ ତଥା ଭେଦଭାବ ଦୂର କରି ପୁରୁଷ ନାରୀ ମଧ୍ୟରେ ସମାନ ପ୍ରକାରର ଭାବନା ସୃଷ୍ଟି ପାଇଁ ଉତ୍ସାହିତ ମଧ୍ୟ କରାଯାଏ । ଆଧୁନିକ ସମାଜରେ ମହିଳାମାନେ ସେମାନଙ୍କ ସହଭାଗୀ ପୁରୁଷମାନଙ୍କ ସହ ସମାନ ସାମାଜିକ ସ୍ଥିତିକୁ ଆସିବା ପାଇଁ ମଧ୍ୟ ଏହି ପୁରସ୍କାର ଉତ୍ସାହିତ କରିଥାଏ
Related Stories
November 23, 2024