

କର୍ଣାଟକରେ ଗତ ୨୪ ଘଂଟାରେ ୩୯୫ କରୋନାର ନୂଆ ମାମଲା
ବେଙ୍ଗାଲୁରୁ ,କର୍ଣାଟକରେ ଗତ ୨୪ ଘଂଟାରେ ୩୯୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୪୦,୧୭୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୨୨୩ ଜଣଙ୍କର ମୃତ୍ୟୁ ଘଟିଛି ।
ହିମାଚଳରେ ଆଉ ୨୬ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୬ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୭,୫୮୭ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୯୬୮ ଜଣଙ୍କର ମୃତ୍ୟୁ ଘଟିଛି ।