ସେ କହିଛନ୍ତି ଯେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବା ପାଇଁ ଦାବି କରି ଆିସିଛନ୍ତି । ଦେଶରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣର ଆବଶ୍ୟକତା ରହିଛି । ଗତ ଲୋକସଭା ନିର୍ବାଚନରେ ବିଜେଡି ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏକମାତ୍ର ଦଳ ଭାବେ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେହିପରି ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମ ମଡେଲ୍ ବଳି ଯୋଜନା କରନ୍ତୁ । ମିଶନ ଶକ୍ତିରେ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ସଶକ୍ତ ହୋଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ପାରିତ କରା ଯାଉ ।
Related Stories
November 22, 2024