ବର୍ତମାନ ସୁଦ୍ଧା ସମୁଦାୟ ୧ ଲକ୍ଷ ୯୨ ହଜାର ଡାଟାବେସ ପ୍ରସ୍ତୁତ ହୋଇସାରିଛି । ଏହି ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରୁ ଆରମ୍ଭ ହେବକୁ ଯାଉଛି । ତେବେ ୩ ସପ୍ତାହ ମଧ୍ୟରେ ଆଗଧାଡ଼ିର ଯୋଦ୍ଧାମାନଙ୍କର ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି ।
ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ଼ ଓ ୮୩ ହଜାର ୫୦୦ କୋଭାସ୍କିନ ଟିକା ଆସିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର୨୦୫ ଜଣଙ୍କୁ ଟିକା ଦିଆଯାଇଛି । ଯାହା ୬୨ ପ୍ରତିଶତ ଅଟେ । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ ବୋଲି ଆଶା କରାଯାଉଛି । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟିକା ଦିଆଯିବ ବୋଲି ସେ କହିଛନ୍ତି