ବାରିପଦା, ବାରିପଦାଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମୟୂରଭଞ୍ଜ ପ୍ରମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି କ୍ୱାଟାର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସ୍ଥାନିୟ ଷ୍ଟାଡିୟମ ପଡିଆଠାରେ ଚାଲିଥିବା ଗ୍ରୁପ-ବି ମ୍ୟାଚ ମା ଦୁର୍ଗା କ୍ଲବ ବନାମ ପାୱାର ହିଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାୱାର ହିଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଉଭରରେ ୭ ଉଇକେଟ୍ ହରାଇ ୪୩ ରନ୍ ସଂଗ୍ରହ କରିଥିବା ବେଳେ ମା ଦୁର୍ଗା କଗଲବ ୩.୪ ଓଭରରେ କୌଣସି ଉଇକେଟ ନ ହରାଇ ମ୍ୟାଚ୍କୁ ଜିତି ନେଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ ମୁର୍ଗାବାଡି ରିବେଲ୍ ସହିତ ଛାଞ୍ଚ କ୍ଲବ ମଧ୍ୟରେ ହୋଇଥିଲା ଏବଂ ମୁର୍ଗାବାଡି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିବା ବେଳେ ମୁର୍ଗାବାଡି ୧୦ ଓବରରେ ସମସ୍ତ ଉଇକେଟ୍ ହରାଇ ୬୭ ରନ୍ କରିଥିଲେ । ମ୍ୟାଚ୍କୁ ଛାଞ୍ଚ କ୍ଲବ ୪୫ ରନରେ ଜତିଥିଲେ । ତୃତୀୟ ମ୍ୟାଚ୍ଟି କାସ୍ପିନ୍ ବନାମ ପାୱାର ପ୍ଲେୟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପାୱାର ପ୍ଲେୟର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭର ରେ ୩ ଉଇକେଟ୍ ବିନିମୟରେ ୧୨୪ ରନ୍ କରିଥିଲେ । ଏହାର ଜବାବରେ କାସପିନ ୧୦ ଓଭରରେ ୫ ଉଇକେଟ୍ ଉପରେ ୪୮ ରନ କରିଥିଲେ । ପାୱାର ପ୍ଲେୟାର ମ୍ୟାଚଟିକୁ ୭୭ ରନରେ ଜିତି ନେଇଥିଲେ । ମ୍ୟାଚକୁ ଅମ୍ପେୟାର ଦଲ୍ଲୀପ ଦାସ ଓ ସରୋଜ ମହାକୁଡ୍ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସୌରଜିତ୍ ସାହୁ ଏବଂ ତୁଷାର ବେହେରା ସହଯୋଗ କରିଥିଲେ ।
ସେହିପରି କଲେଜ ପଡିଆଠାରେ ଅନୁଷ୍ଠିତ ଗ୍ରୁପ-ଏ ମ୍ୟାଚ୍ରେ ରଘୁନାଥପୁର ୱାରିଅର ବନାମ ପାଲବଣି ଷ୍ଟାଇକର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଲବଣି ଷ୍ଟାଇକର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭରରେ ୭ ଉଇକେଟ୍ ବିନିମୟରେ ୧୩୮ ରନ୍ ସଂଗ୍ରହ କରିଥିବା ସମୟରେ ରଘୁନାଥପୁର ୱାରିଅର୍ ୧୦ ଅଭରରେ ୩ ଉଇକେଟ୍ ହରାଇ ୧୧୩ ରନ କରିଥିଲେ ଓ ପାଲବଣି ଏହି ମ୍ୟାଚ୍ଟିକୁ ୨୫ ରନ୍ରେ ଜିତିଥିଲେ ।
ଦ୍ୱିତୀୟ ମ୍ୟାଚ୍ଟି ଡାର୍କ ନାଇଟ ବନାମ ଲେଟ୍ କଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲେଟକଟ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭରରେ ୧ ଉଇକେଟ୍ ହରାଇ ୧୫୬ ରନ୍ କହିଥିବା ବେଳେ ଡାର୍କ ନାଇଟ ସମସ୍ତ ଉଇକେଟ୍ ଉପରେ ୯୨ ରନ୍ କରିଥିଲେଓ ଲେଟ୍ କଟ କ୍ଲବ୍ ମ୍ୟାଚକୁ ୬୪ ରନ୍ରେ ଜିତିଥିଲେ ।
ତୃତୀୟ ମ୍ୟାଚ୍ଟି ସିକ୍ରେଟ୍ ଏକାଦଶ କ୍ଲବ ବନାମ ଷ୍ଟେସନ କ୍ଲବ ମଧ୍ୟରେ ହୋଇଥିଲା ଓ ଷ୍ଟେସନ୍ କ୍ଲବ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ୍ ହରାଇ ୧୩୦ ରନ କରିଥିବା ସମୟରେ ସିକ୍ରେଟ୍ ଏକାଦଶ ୬ ଉଇକେଟ୍ ହରାଇ ୬୯ ରନ କରିଥିଲେ । ଏହି ମ୍ୟାଚ୍ଟିକୁ ଷ୍ଟେସନ କ୍ଲବ୍ ୬୨ରନ୍ରେ ଜିତିନେଇଛି । ମ୍ୟାଚକୁ ଆମ୍ପେୟାର ମନମୋହନ ମୁର୍ମୁ ଏବଂ ଉତମ ମହାକୁଡ୍ ପରିଚାଳନା କରିଥିଲେ ଓ ସ୍କୋରର ଭାବେ ସମ୍ବିତ ମହାରଣା ଏବଂ ସନ୍ଦିପ ବାସ୍କେ ସହଯୋଗ କରିଥିଲେ ।