
କଣାସ,ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ପାଣ୍ଡିଆକେରା ଗ୍ରାମପଚାଂୟତର ଶିମିଳିପାଟଣା ଗ୍ରାମରେ ସ୍ଥାପିତ ଶିମିଳିପାଟଣା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତ୍ରିନାଥ ଛୋଟରାୟ, ସି.ଆର.ସି.ସି ଦାମଦର ସୁନ୍ଦରାୟ, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରା, ସହକାରୀ ଶିକ୍ଷକ ପ୍ରେମାନନ୍ଦ ପରିଡା ଉପସ୍ଥିତ ରହି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇହଳ ପ୍ୟାଂଟସାର୍ଟ, ଜୋତା, ମୋଜା ବଂଟନ କରିଥିଲେ । ଏହି ବଂଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।