କାର୍ଯ୍ୟକ୍ଷେତ୍ର ପରିସରରେ ଟୀକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟୀକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟୀକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି । ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧୬ରେ ଦେଶବ୍ୟାପୀ କରୋନା ଟୀକାକରଣ ଆରମ୍ଭ ହୋଇଥିଲା । କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଟୀକା ଦିଆଯାଇଥିଲା । ପ୍ରଥମ ଦିନରେ ପ୍ରାୟ ୧୬ ହଜାର ଟିକା ଦେବା ପାଇଁ ଟାର୍ଗେଟ୍ ଥିବା ବେଳେ ମୋଟ୍ ୧୩ ହଜାର ୨୯୨ଟି ଟିକା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ଗାଇଡଲାଇନ୍ ଅନୁସାରେ ୧୮ ବର୍ଷରୁ କମ୍, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମା’ ଟିକା ନେଇପାରିବେ ନାହିଁ ।